ଟ୍ରକ ମାଲିକଙ୍କୁ ହତ୍ୟା ପ୍ରତିବାଦରେ ଲୋକଙ୍କ ରାସ୍ତା ଅବରୋଧ

ବ୍ରାହ୍ମଣୀପାଳ: କେନ୍ଦୁଝର ଆନନ୍ଦପୁରର ବ୍ରାହ୍ମଣୀପାଳରେ ଜଣେ ଟ୍ରକ ମାଲିକଙ୍କୁ ହତ୍ୟା କରାଯାଇଛି | ଗୁରୁବାର ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଗଳା କାଟି ହତ୍ୟା କରିଥିବାର ସୂଚନା ମିଳିଛି | ମୃତକ ଜଣକ ହେଉଛନ୍ତି ନିରଞ୍ଜନ ସାହୁ(୪୦ ବର୍ଷ) | ମିଳିଥିବା ସୂଚନା ମୁତାବକ ନିରଞ୍ଜନ ଓ ତାଙ୍କ ପତ୍ନୀ ପାଖ ପଡିଆକୁ ଶୌଚ ହେବାକୁ ଯାଇଥିଲେ | କେହି ଜଣେ ଦୃବୁର୍ତ୍ତ ଡ଼ାକିନେଇ ହତ୍ୟା କରିଥିବାର ଜଣାପଡିଛି |

ପୂର୍ବଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବାର ପୋଲିସ ସନ୍ଦେହ କରୁଛି | ବ୍ୟବସାୟିକ ଶତ୍ରୁତା ପାଇଁ କେହି ଲୋକ ହତ୍ୟା କରିଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି | ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକମାନେ ବ୍ରାହ୍ମଣୀପାଳରେ ରାସ୍ତା ଅବରୋଧ କରିଛନ୍ତି |

ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି | ମୃତକ ନିରଞ୍ଜନଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବାବେଳେ ସେ ଟ୍ରକ ବ୍ୟବସାୟ କରନ୍ତି |

ସମ୍ବନ୍ଧିତ ଖବର