ଅନୁଗୁଳ : ତାଳଚେର ଅଂଚଳର ବିଭିନ୍ନ କୋଇଲା ଖଣିରୁ କୋଇଲା ଚୋରି ଅଭିଯୋଗରେ ତାଳଚେର ଟ୍ରକ୍‌ ମାଲିକ ସଂଘର ସଭାପତି ଦିଲୀପ ପାଣିଙ୍କୁ ରାଜ୍ୟ ଏସ୍‌ଟିଏଫ୍‌ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ଆଇଟିଆଇ ଛକସ୍ଥିତ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଅତର୍କିତ ଚଢଉ କରି ଶ୍ରୀ ପାଣିଙ୍କୁ ଗିରଫ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଖଣି ଅଂଚଳର ଅସାଧୁ ଟ୍ରକ୍‌ ମାଲିକ ଓ କୋଇଲା ଚୋର ମହଲରେ ଛନକା ଖେଳାଇଦେଇଛି।