ଖୁଣ୍ଟୁଣୀ : ରବିବାର ଭୋର ପ୍ରାୟ ୫ଟା ୧୦ରେ ଘଣ୍ଟିଖାଲ ରେଳ ଷ୍ଟେସନ ଠାରୁ ମାତ୍ର ୩ ଶହ ମିଟର ଦୂର ଉତ୍ତର ପଟେ ଥିବା ଘଣ୍ଟିଖାଲ ରେଲୱେ ଲେଭଲ କ୍ରସିଂର ବନ୍ଦ ଫାଟକକୁ ଦ୍ରୁତଗତିରେ ଆସିଥିବା ଏକ ମାଲ୍ ବୋଝେଇ ୬ ଚକିଆ ଟ୍ରକ ଧକ୍କା ଦେବାରୁ ଫାଟକଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫଳରେ ସେହି ପଥରେ ରେଳ ଚଳାଚଳ କିଛି ସମୟ ବାଧାପ୍ରାପ୍ତ ହେବା ସହିତ ୨୧ଟି ଟ୍ରେନ୍ ହ୍ୟାଣ୍ଡ୍ ସିଗନାଲ୍ରେ ଛଡ଼ାଯାଇଛି। ଘଣ୍ଟିଖାଲ ଆରପିଏଫ ଫାଣ୍ଡି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ଚାଳକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗରୁଡବନ୍ଦୀ ଗ୍ରାମର ମଙ୍ଗରାଜ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଭୁବନେଶ୍ୱରରୁ ଢେଙ୍କାନାଳର ବୁଢ଼ାପଙ୍କ ଯିବାପାଇଁ ଘଣ୍ଟିଖାଲ ଷ୍ଟେସନରେ ଅଟକିଥିବା ଏକ ଖାଲି ମାଲବାହୀ ଟ୍ରେନ ଷ୍ଟେସନ ଛାଡିବା ପାଇଁ ଷ୍ଟେସନ କର୍ତୃପକ୍ଷ ସିଗନାଲ ଦେଇଥିଲେ। ଲେବଲ କ୍ରସିଂ ଜଗୁଆଳି ମଧ୍ୟ ସେହି ସମୟରେ ଟ୍ରେନ ଆସିବା ସୂଚନା ପାଇ ଫାଟକକୁ ବନ୍ଦ କରି ଦେଇଥିଲେ। ଠିକ ଏତିକି ବେଳେ ଓଆର ୦୪ - ୭୪୪୪ନଂ ବିଶିଷ୍ଟ ଏକ ମାଲବାହୀ ଟ୍ରକ ଖୁଣ୍ଟୁଣୀ ପାର୍ଶ୍ୱରୁ ଦ୍ରୁତଗତିରେ ଆସି ଉକ୍ତ ଫାଟକକୁ ଧକ୍କା ଦେବାରୁ ଫାଟକଟି ଭାଙ୍ଗି ଯାଇଥିଲା। ଘଣ୍ଟିଖାଲ ଷ୍ଟେସନ ଛାଡୁଥିବା ମାଲବାହୀ ଟ୍ରେନଟି ପ୍ରାୟ ୧୫ମିନିଟ ପର୍ଯ୍ୟନ୍ତ ଷ୍ଟେସନରେ ଅଟକି ରହିଥିଲା। ସେଠାରେ ହ୍ୟାଣ୍ଡ ସିଗ୍ନାଲରେ ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା। ରେଳ ଫାଟକ ଭାଙ୍ଗିବା କାରଣରୁ ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘଣ୍ଟିଖାଲ ଷ୍ଟେସନ ଦେଇ ଯାଇଥିବା ୨୧ଟି ଟ୍ରେନ ପାଞ୍ଚରୁ ଦଶ ମିନିଟ ବିଳମ୍ବରେ ହ୍ୟାଣ୍ଡ ସିଗ୍ନାଲ ସହାୟତାରେ ଯାତାୟାତ କରିଥିଲା ବୋଲି ଘଣ୍ଟିଖାଲ ଆରପିଏଫ ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ଗୌଡ଼ ଓ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।
ଫାଟକ ଭାଙ୍ଗିଥିବା ଟ୍ରକକୁ ରେଳବାଇ ପୁଲିସ ଜବତ କରିଛି। ଭୁବନେଶ୍ୱର ଆରପିଏଫ ଥାନା କେସ ନଂ(ସି ୩ସି ୨୩୯୩)ରେଲୱେ ପ୍ରୋଟେକ୍ସନ ଧାରା ୧୬୦(୨)ରେ ମାମଲା ରୁଜୁ କରି ଟ୍ରକ ଡ୍ରାଇଭର ମଙ୍ଗରାଜ ଦାସକୁ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/rail-garte.jpg)