ଯୋଡ଼ା : ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଲହଣ୍ତା ଓଜନ କଣ୍ଟାରେ ଗତ ଶନିବାର ବିଳମ୍ବିତ ରାତି ପ୍ରାୟ ଅଢ଼େଇଟା ବେଳେ ଟ୍ରକରୁ ଡକାୟତି ଉଦ୍ୟମ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡବିଲର ସଂଦିପ ସିଂ, ବିଶାଲ ମୁଣ୍ତା, ଯୋଡ଼ାର ଅନିଲ ଲୋହାର, ମୁନା ଓରାମ , ଶିବ ପିଙ୍ଗୁଆ, ବାସୁଦେବ ପାତ୍ର। ଅଭିଯୁକ୍ତମାନଙ୍କଠାରୁ ପୁଲିସ ଗୋଟିଏ ପିସ୍ତଲ, ଗୋଟିଏ ଖଣ୍ତା, ତିନିଟି ଛୁରି, ତିନିଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି।
ପୁଲିସର ସୂଚନା ଅନୁଯାୟୀ ଏହି ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ଖଣିଜ ବୋଝେଇ ଟ୍ରକଗୁଡିକ ଲହଣ୍ତାଠାରେ ସରକାରୀ ଓଜନ କଣ୍ଟାରେ ଲାଇନ ଲଗାଇ ଓଜନ କରୁଥିବା ସମୟରେ ଶନିବାର ବିଳମ୍ବିତ ରାତ୍ରିରେ ଅଭିଯୁକ୍ତମାନେ ସେଠାରେ ଏକ ବଡ଼ ଧରଣର ଡକାୟତି ଯୋଜନା କରିଥିଲେ। ଟ୍ରକ ଡ୍ରାଇଭରଙ୍କୁ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଡକାୟତି ଉଦ୍ୟମ କରୁଥିବାବେଳେ ପୁଲିସ ଖବର ପାଇ ସଦଳବଳେ ସେଠାରେ ଚଢ଼ଉ କରିଥିଲା। ଏହି ଚଢ଼ଉ ଫଳରେ ଡକାୟତି ଉଦ୍ୟମ ପଣ୍ତ ହୋଇଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏ ନେଇ ଯୋଡ଼ା ଥାନାରେ ଏକ ଡକାୟତି ମାମଲା ନଂ ୮୩/୨୦୨୨ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/31-10.jpg)