ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ/ଖଲ୍ଲିକୋଟ : ଦୁଇଟି ସ୍ଥାନରେ ସମାନ ପ୍ରକାରର ଦୁର୍ଘଟଣା। ବାଇକ୍‌ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଉଭୟ ସ୍ଥାନରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ କେ‌େତଜଣ ଆହତ ହୋଇଥିବା ଜଣାପଡ଼ିଛି।

୫୫ ନମ୍ବର ଜାତୀୟ ରାଜପଥର ସଦର ଥାନା ଗୋବିନ୍ଦପୁର ଛକଠାରେ ଗୋଟିଏ ଦୁର୍ଘଟଣା ଘଟିଥିଲା। ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଏକ ୧୮ ଚକିଆ କୋଇଲା ବୋଝେଇ ଟ୍ରକ୍‌ (ଓଡି-୨୩ଏଚ୍-୪୫୭୯) ଟ୍ରକ୍‌ କଟକ ଅଭିମୁଖେ ଯାଉଥିଲା। ଏହିସମୟରେ କଟକର ଏଲ୍ଆଇସି କାର୍ଯ୍ୟାଳୟକୁ ଏକ ବାଇକ୍‌ରେ ଯାଉଥିବା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମର ଭରତଚନ୍ଦ୍ର ଦେହୁରୀ(୪୮) ଏବଂ ମହୁଲି ଗ୍ରାମର ମୁରଲୀ ବିଶ୍ବାଳ(୪୬)ଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ସେହିଭଳି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ନିକଟ ସାନଘାଟି ଠାରେ ଦୁଇଟି ବାଇକ୍‌ ଚାଳକଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ, କମଳାପଦର ଗ୍ରାମର ଦିଲ୍ଲୀପ ପାହାନ ଓ ବିଏନ୍‌ପୁର ପଞ୍ଚାୟତ ଛେଲୁ ଗ୍ରାମର ଶ୍ରୀକାନ୍ତ ସାହୁଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର