ଚଣ୍ଡିଖୋଲ : ଝାଡ଼ଖଣ୍ଡରୁ ଗହମ ବୋଝେଇ ହୋଇ ଭୁବନେଶ୍ୱର ଯାଉଥିବା ଏକ ଟ୍ରକକୁ ଶ୍ରୀରାମପୁର ଟୋଲଗେଟ ପାଖରୁ ବଡ଼ଚଣା ପୁଲିସ ଜବତ କରିଛି। ଜବତ ଟ୍ରକରେ ଥିବା ୫ ଲକ୍ଷ ଟଙ୍କାର ଗହମ ଉଭାନ ହୋଇଯାଇଛି। ଗାଡ଼ି ଛାଡ଼ି ଚାଳକ ଓ ଖଲାସୀ ଫେରାର ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁସାରେ ଗତ ଜାନୁଆରି ୨୫ ତାରିଖ ଦିନ ଝାଡ଼ଖଣ୍ଡର ଗୋଏଲ ଆଗ୍ରୋ କମ୍ପାନିରୁ (ଓଡି ୦୫ ଏଏଚ ୭୬୪୧) ନାମକ ଏକ ଟ୍ରକ ୨୪ ଟନ ଗହମ ବୋଝେଇ କରି ଭୁବନେଶ୍ୱରସ୍ଥିତ ଜଗନ୍ନାଥ ରାଇସ ମିଲକୁ ଆସୁଥିଲା। ଗାଡ଼ିଟି ନିର୍ଦିଷ୍ଟ ସମୟରେ ଭୁବନେଶ୍ୱରରେ ନପହଞ୍ଚିବା ଓ ଟ୍ରକରେ ଲାଗିଥିବା ଜିପିଏସ୍ ଅଚଳ ହୋଇଯାଇଥିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା। ପରେ ମିଲ୍ ମାଲିକ ଟ୍ରକଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଣିକୋଇଲି ଓ ଶ୍ରୀରାମପୁର ଟୋଲ ପ୍ଲାଜା ଦେଇ ଯାଇଥିବା ରେକର୍ଡରୁ ଜାଣିବାକୁ ପାଇଥିଲେ। ଟ୍ରକଟି ସେହି ଶ୍ରୀରାମପୁର ଟୋଲ ପ୍ଲାଜା ନିକଟରେ ଠିଆ ହୋଇଥିବା ମଧ୍ୟ ମିଲ୍ ମାଲିକ ଦେଖିବାକୁ ପାଇଥିଲେ। ମାତ୍ର ସେଥିରେ ଗହମ ନଥିଲା। ଅଭିଯୋଗ ପାଇ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଗାଡ଼ିଟିକୁ ଜବତ କରି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି।