ଦେବଗଡ଼: ଲୁହାପଥର ଚୋରା ଚାଲାଣ ଘଟଣାରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପୁଲିସ ରବିବାର ୨ ଜଣଙ୍କୁ ଗିରଫ କରିବା ସହ ଏକ ଟ୍ରକ୍ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ପୁରୁଣାପାଣି ଅଞ୍ଚଳରେ ଲୁହାପଥର ଚୋରା ଚାଲାଣ ହେଉଥିବା ନେଇ ବାରକୋଟ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା।
ସୂଚନା ମିଳିବା ପରେ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ଲୁହା ପଥର ବୋଝେଇ ହୋଇଥିବା ଏକ ଟ୍ରକ (ଓଡି ୦୭ଏକେ-୯୧୩୦)କୁ ଧରିଥିଲା। ଯାଞ୍ଚ ବେଳେ ଚାଳକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଚୋରା ଚାଲାଣ ହେଉଥିବା ଜାଣି ପୁଲିସ୍ ଗାଡ଼ିଟିକୁ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଞ୍ଚଳର ଶିବରାମ ସ୍ବାଇଁ (୪୪) ଓ କାହ୍ନୁ ଗୌଡ଼ (୨୨)। ସମୋନଙ୍କଠାରୁ ଏକ ଜାଲ୍ ଟିପି ମଧ୍ୟ ଜବତ କରାଯାଇଛି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)