ଭଦ୍ରକ : କେତେକ ସ୍ଥାନରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଖସିପଡ଼ିବା ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଟ୍ରକ୍ କଟକ ଆଡ଼ୁ ଆସୁଥିବା ବେଳେ ଭଦ୍ରକ ଜିଲ୍ଲାର ଆଖୁଆପଦା ଛକରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଯିବାକୁ ଉଦ୍ୟତ ହେଉଥିଲା। ସେହି ଟ୍ରକ୍ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ଖସିପଡ଼ିଥିଲା।
ଏହାଫଳରେ ଟ୍ରକର ସାମ୍ନାପଟ ପାଣିରେ ବୁଡ଼ି ଯାଇଥିବା ବେଳେ ଡ୍ରାଇଭର ତା’ ମଧ୍ୟରେ ଫସି ରହିଥିଲା। ଅବଶ୍ୟ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୨ ଦମକଳ ଗାଡ଼ି ପହଞ୍ଚି ୫ଟି ପମ୍ପ ସାହାଯ୍ୟରେ ପାଣି ବାହାର କରିବା କାମରେ ଲାଗିଥିଲେ। ଏହି ସମୟରେ ୧୬ ନଂ ଜାତୀୟ ରାଜପଥରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ତେଣେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା କୁହାଯାଉଛି।
ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୋଖରୀ ମଧ୍ୟକୁ ଖସିପଡ଼ିଲା ଟ୍ରକ୍, ଚାଳକ ଫେରାର୍
/sambad/media/post_attachments/wp-content/uploads/2020/01/truck-bhadrak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)