ଟିକସ ଛାଡ଼ ନହେଲେ ଟ୍ରକ୍‌ ଧର୍ମଘଟ ପାଇଁ ଚେତାବନୀ

କଟକ : ଦେଶବ୍ୟାପୀ ଲାଗୁ ହୋଇଥିବା ତାଲାବନ୍ଦ ଯୋଗୁଁ ଟ୍ରକ୍‌ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରକ୍‌ ଚଳାଚଳକୁ ବନ୍ଦ କରିଦିଆଯାଇଥିବାରୁ ଡ୍ରାଇଭରମାନେ ଗାଡ଼ି ଛାଡ଼ି ନିଜନିଜ ଅଞ୍ଚଳକୁ ଫେରିଯାଇଛନ୍ତି। ପରେ ରାଜ୍ୟ ସରକାର ଟ୍ରକ୍‌ ମାଲିକଙ୍କ ସହ ଆଲୋଚନା କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଟ୍ରକ୍‌ ଚଳାଚଳ ପାଇଁ ଅନୁମତି ଦେଲେ। ହେଲେ, ରାଜ୍ୟରେ ୨ଲକ୍ଷ ଟ୍ରକ ଭିତରୁ ବର୍ତ୍ତମାନ ମାତ୍ର ୧୦ହଜାର ଟ୍ରକ୍‌ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନରେ ନିୟୋଜିତ ହୋଇଛନ୍ତି। ଗୋଟିଏ ପଟରୁ ମାଲ ନେଇ ଯାତାୟତ କରୁଥିବାରୁ ଟ୍ରକ୍‌ ଚଳାଚଳରେ କ୍ଷତି ହେଉଥିବା ମାଲିକମାନେ ଅଭିଯୋଗ କରିଛନ୍ତି।

କମ୍‌ ଭଡ଼ା ପ୍ରଦାନ କରାଯାଉଥିବାରୁ ବ୍ୟବସାୟୀମାନେ କ୍ଷତିରେ ଚାଲୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ, ମେ ଓ ଜୁନ୍‌ ମାସର ତ୍ରୈମାସିକ ସଡ଼କ ଟିକସ ଛାଡ଼ କରିବା ପାଇଁ ରାଜ୍ୟ ଟ୍ରକ ମାଲିକ ସ˚ଘ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି। ସରକାର ଯଥାଶୀଘ୍ର ଟିକସ ଛାଡ଼ ନକଲେ ରାଜ୍ୟରେ ଟ୍ରକ୍‌ ଚଳାଚଳ ସ˚ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଶ୍ରୀ ଶତପଥୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର