ପ୍ରମୁଖ ସହରରେ ହେବ ଟ୍ରକ୍‌ ଟର୍ମିନାଲ୍‌

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ପ୍ରସ୍ତାବିତ ଧର୍ମଘଟ ଓ ସେମାନଙ୍କ ବିଭିନ୍ନ ଦାବିଗୁଡ଼ିକ ସମାଧାନ ପାଇଁ ଆଜି ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଘର ସଭାପତି ବିଭୂତି ଦାଶ, ସମ୍ପାଦକ ରବି ନାରାୟଣ ଶତପଥୀ ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଥିଲା, ୧୫ ବର୍ଷରୁ ଅଧିକ ପୁରୁଣା ଟ୍ରକ୍‌ଗୁଡ଼ିକ ଉପରେ ସରକାର ଲାଗୁ କରିଥିବା ଗ୍ରିନ୍‌ ଟ୍ୟାକ୍ସ ଉଚ୍ଛେଦ, ରୋଡ୍‌ ଟ୍ୟାକ୍ସ ପରିମାଣ ବୃଦ୍ଧିକୁ ହ୍ରାସ କରିବା, କନିଷ୍ଠ ଏମ୍‌ଭିଆଇମାନଙ୍କ ଜୁଲମ୍‌ ବନ୍ଦ କରିବା, ଓଭର୍‌ଲୋଡିଂ କ୍ଷେତ୍ରରେ ଠିକ୍‌ ଆକଳନ ନ କରି ଦିଆଯାଉଥିବା ଦଣ୍ଡକୁ ବନ୍ଦ କରିବା, ଜାତୀୟ ରାଜପଥରେ ଟ୍ରକ୍‌ଗୁଡ଼ିକୁ ବେଆଇନ୍‌ ଭାବେ ନ ଅଟକାଇବା, ରାତି ପାଟ୍ରୋଲିଂ ନାମରେ ପୁଲିସ୍‌ର ଜୁଲମ୍‌ ବନ୍ଦ କରିବା ଇତ୍ୟାଦି। ସରକାର ଦାବିଗୁଡ଼ିକ ବିଚାର କଲେ ସେମାନେ ଧର୍ମଘଟକୁ ଓହରିଯିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର