ସୁନ୍ଦରଗଡ଼: ଗତ ବିଳମ୍ବିତ ରାତ୍ରରେ ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ୍ ଅଞ୍ଚଳ ବିଜୁ ପଟ୍ଟନାୟକ ଛକରେ ଆଗରେ ଚାଲିଥିବା ଗୋଟାଏ ଟ୍ରକ୍କୁ ପଛରେ ଚାଲିଥିବା ଆଉ ଗୋଟାଏ ଟ୍ରକ୍ ଧକ୍କା ଦେବାରୁ ଜଣେ ଡ୍ରାଇଭର୍ଙ୍କର ମୃତ୍ୟୁ ଘଟିଛି।
‘ପିଡିଏସ୍’ ଚାଉଳ ନେଇ ଦୁଇଟିଯାକ ଟ୍ରକ୍ ଆଗପଛ ହୋଇ ସୁନ୍ଦରଗଡ଼ ଆଡୁ ରାଉରକେଲା ଆଡ଼କୁ ଯାଉଥିଲେ। ବିଜୁ ପଟ୍ଟନାୟକ ଛକରେ ହଠାତ୍ ଟାୟାର୍ ଫାଟି ଯିବାରୁ ଆଗରେ ଚାଲୁଥିବା ଟ୍ରକ୍ଟିର ଗତି ମନ୍ଥର ହୋଇଥିଲା କିଂବା ତାହା ଅଟକି ଯାଇଥିଲା। ସମ୍ଭବତଃ ଏହା ଲକ୍ଷ୍ୟ କରି ନ ପାରି ପଛରେ ଚାଲୁଥିବା ଟ୍ରକ୍ଟି ସାମ୍ନା ଟ୍ରକ୍ ପଛରେ ଧକ୍କା ଖାଇଥିଲା। ଏଥିଯୋଗୁଁ ପଛ ଟ୍ରକ୍ର ସମ୍ମୁଖଭାଗ ଭିତର ଆଡ଼କୁ ଚାପି ହୋଇ ଯିବାରୁ ତା’ର ଡ୍ରାଇଭର୍ ଚାପି ହୋଇ ମୃତ୍ୟୁବରଣ କରିଛି।
/sambad/media/post_attachments/wp-content/uploads/2021/09/IMG-20210917-WA0000-1-1024x558.jpg)
ଶକ୍ତ ଧକ୍କା ଯୋଗୁଁ ପଛ ଟ୍ରକ୍ଟିର ସାମ୍ନା ଅଂଶ ଏଭଳି ଚାପି ହୋଇ ଯାଇଛି ଦୀର୍ଘ ସମୟ ଉଦ୍ୟମ କରିବା ସତ୍ତ୍ବେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଥିରୁ ଡ୍ରାଇଭରଙ୍କ ଶବ ବାହାର କରିବାରେ ଅସମର୍ଥ ହୋଇଛନ୍ତି।
ଦୁଇଟିଯାକ ଟ୍ରକ୍ରେ ‘ପିଡିଏସ୍’ ଚାଉଳ ଓଭର୍ଲୋଡିଙ୍ଗ୍ ହୋଇଯାଉଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/IMG-20210917-WA0001.jpg)