କୋକସରା: ୨୬ନଂ ଜାତୀୟ ରାଜପଥ କୋକସରା ଥାନା ଚିଲିଗୁଡ଼ା ଡାଙ୍ଗଘିଛୁପଡ଼ା ଛକ ନିକଟରେ ଶୁକ୍ରବାର ଭୋର ୩.୫୦ ମିନିଟ୍ ସମୟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ହେବାରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଝାରସୁଗୁଡ଼ାରୁ ମାଲକାନଗିରି ଯାଉଥିବା ଏହି ସରକାରୀ ବସ୍ (ଓଡି୧୭ଏଲ-୦୭୨୮) ରାସ୍ତା କଡ଼ରେ ଅଟକିଥିବା ଏକ ଟ୍ରକ୍କୁ (ଓଡି୦୨ଏଭି-୨୮୮୨) ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି।
କୋକସରା ପୁଲିସ ସୂଚନା ପାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅନ୍ୟଯାତ୍ରୀଙ୍କୁ ଆଉ ଏକ ବସ୍ରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯାଇ ତଦନ୍ତ ଜାରି ରହିଛି।