୨ ଠିକାଦାରଙ୍କୁ ଅପହରଣ ଉଦ୍ୟମ

ବଲାଙ୍ଗୀର : ବଲାଙ୍ଗୀରରେ ୨ ଜଣ ଠିକାଦାରଙ୍କୁ ଅହପରଣ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପରେ, ୨ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ୨ ଠିକାଦାର ହେଲେ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରର ଆକାଶ ଅଗ୍ରୱାଲ ଓ ତାଙ୍କ ସାନଭାଇ ନୀଲେଶ ଅଗ୍ରୱାଲ। ସେମାନେ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗୀର ଏମ୍‌ଆଇ ଡିଭିଜନ କାଯ୍ୟର୍ାଳୟରୁ ଏହି ଦୁଇ ଠିକାଦାର ଭାଇଙ୍କୁ କଣ୍ଟାବାଞ୍ଜିର ୭ରୁ ୮ ଜଣ ଯୁବକ ଆସି ଅପହରଣ କରିନେଲେ। ଦୁଇ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଠିକାଦାର ଦ୍ୱୟ ଅପହରଣକାରୀ ଯୁବକଙ୍କ କବଳରୁ ଛାଡ଼ ପାଇବାରେ ସକ୍ଷମ ହୋଇଛନ୍ତି। ଏହାକୁ ନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର