ଭୁବନେଶ୍ବର: ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମହାନଦୀ ସଂପର୍କୀତ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି, ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଜଳସଙ୍କଟ ସୃଷ୍ଟି ହୋଇଛି। ଅଣ ମୌସୁମୀ ସମୟରେ ହୀରାକୁଦଠାରେ ୨୦୨୦-୨୧ ମସିହାରେ ୧.୧୮୫ ଏକର ଫୁଟ ଜଳ ପ୍ରବେଶ ରେକର୍ଡ କରାଯାଇଛି। ଠିକ୍ ସେହିପରି ୨୦୨୧-୨୨ ମସିହାରେ ୧.୬୫୩ ଏକର ଫୁଟ ଜଳ ପ୍ରବେଶ କରୁଥିବା ରେକର୍ଡ କରାଯାଇଛି। ଦୀର୍ଘ ଦିନ ହେବ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି।
ଏଣେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ରାଜ୍ୟରେ ଅନେକ ନଦୀବନ୍ଧ ଦୁର୍ବଳ ହେଲାଣି। ଓଡ଼ିଶାରେ ୨୭୦ଟି ନଦୀବନ୍ଧକୁ ୫୦ ବର୍ଷରୁ ଅଧିକ ବର୍ଷ ହେବ ହେଲାଣି। ଏଥିମଧ୍ୟରୁ ୫ଟି ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେହିପରି ୨୧୩୩ଟି ସ୍ଲୁଇଜି ଗେଟ୍ ରହିଛି, ଯାହା ଭିତରୁ ୧୫୦ଟି ସ୍ଲୁଇଜି ଗେଟ୍ ମରାମତି ଆବଶ୍ୟକ କରୁଛି।
ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଜଳସଙ୍କଟ ସୃଷ୍ଟି ହୋଇଛି: ଜଳସମ୍ପଦ ମନ୍ତ୍ରୀ
/sambad/media/post_attachments/wp-content/uploads/2020/09/Tukuni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)