ପୁରୀ: ରଥଖଳାରେ ରଥ ନିର୍ମାଣ କ୍ରମରେ ଆଜି ତିନି ରଥର ମୁଖ୍ୟ ମହାରଣାମାନେ ତୁମ୍ବ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ପ୍ରତି ତୁମ୍ବ ପାଇଁ ଆବଶ୍ୟକ ଥିବା ୧୬ ଯୋଡ଼ା ବିନ୍ଧରୁ ତିନିରଥର ଅଧିକାଂଶ ତୁମ୍ବର ୮ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା। ଆଜି ତାଳଧ୍ବଜ ରଥର ୧୪ଟି ତୁମ୍ବରୁ ୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ବାକି ୯ଟି ତୁମ୍ବର ୭୦ ପ୍ରତିଶତ ବିନ୍ଧ କାର୍ଯ୍ୟ ସରିଛି। ଦେବଦଳନ ରଥର ୧୨ ତୁମ୍ବ ଓ ନନ୍ଦିଘୋଷ ରଥର ୧୬ ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
/sambad/media/post_attachments/wp-content/uploads/2023/05/64.jpg)
ତିନିରଥର ତୁମ୍ବ ବିନ୍ଧ ପରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯାଇ ବିନ୍ଧ ସଂଶୋଧନ କାର୍ଯ୍ୟ କରାଯିବ। ଅର୍ଥାତ ତୂମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧଗୁଡ଼ିକର ଆବଶ୍ୟକତାକୁ ପରଖି ନିହାଣ ମରା କାର୍ଯ୍ୟ କରାଯିବ। ଏଥିସହ ଦୋଳବେଦି କୋଣସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ପ୍ରତି ରଥର ପ୍ରାୟ ୬ /୬ ଟି ତୁମ୍ବ ପାଇଁ ଆବଶ୍ୟକୀୟ ଅର କଣ୍ଟା ପ୍ରସ୍ତୁତି ଶେଷ କରିଛନ୍ତି। ବାକି ତୁମ୍ବଗୁଡିକ ପାଇଁ ଅର ଅଣ୍ଟା ପ୍ରସ୍ତୁତି ସହ ତୁମ୍ବପାଇଁ ପନ୍ଦାରି ବଳା ନିର୍ମାଣ ଆରମ୍ଭ କରିଛନ୍ତି। ଆଜି ମୋଟ୍ ୧୨୧ ଜଣ ରଥ କାର୍ଯ୍ୟରେ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/65.jpg)