ପେଟରୁ ବାହାରିଲା ଦାନ୍ତ ଓ ଚୁଟି ମିଶା ଟ୍ୟୁମର

ବାରିପଦା: ବାରିପଦାର ଏକ ଘରୋଇ ହସ୍ପିଟାଲରେ ସଫଳତାର ସହ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୨୩ ବର୍ଷୀୟ ଯୁବକଙ୍କ ପେଟରୁ ୧.୨ କେଜି ଓଜନର ଟ୍ୟୁମର ବାହାରିଛି। ତେବେ ଏହି ଟ୍ୟୁମରରେ ୬ଟି ଦାନ୍ତ ଓ ମଣିଷ ଚୁଟି ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ପିଲାବେଳୁ ଯୁବକଙ୍କ ପେଟରେ ଯନ୍ତ୍ରଣା ହେଉଥିଲା।

ଦିନକୁ ଦିନ ଯନ୍ତ୍ରଣା ବୃଦ୍ଧି ପାଇବାରୁ ପରୀକ୍ଷା ନିରୀକ୍ଷାରୁ ପେଟରେ ଟ୍ୟୁମର ବଢ଼ୁଥିବା ଜଣାପଡ଼ିଥିଲା। ଏସ୍‌ସିବିର ଅସ୍ତ୍ରୋପଚାର ବିଶେଷଜ୍ଞ ଡା. ଦୀପକ ରଞ୍ଜନ ନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ୪ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ଯୁବକଙ୍କ ପେଟରୁ ମଣିଷର ମସ୍ତିଷ୍କ ଆକୃତିର ଟ୍ୟୁମର, କିଛି ଦାନ୍ତ ଓ ଲମ୍ବା ଲମ୍ବା ଚୁଟି ବାହାର କରିଥିଲେ।

hindawi

ଏହି ଅସ୍ତ୍ରୋପଚାର ବଡ଼ ଜଟିଳ। ତେବେ ଡାକ୍ତରୀ ଦଳ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିବା ଓ ଯୁବକ ଜଣକ ସୁସ୍ଥ ଥିବା ହସ୍ପିଟାଲ ସତ୍ୱାଧିକାରୀ ଲକ୍ଷ୍ମୀକାନ୍ତ ପତି ପ୍ରକାଶ କରିଛନ୍ତି। ଏହିଭଳି ଟ୍ୟୁମରକୁ ଡାକ୍ତରୀ ଭାଷାରେ ଟେରାଟୋମା କୁହାଯାଏ ଓ ଏଥିରେ ଦାନ୍ତ ଓ ଚୁଟି ବାହାରିବା ସାଧାରଣ କଥା ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର