ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଏକ ଦନ୍ତାହାତୀ କିଛିଦିନ ହେଲାଣି ଏହି ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ଲୋକଙ୍କ ନିଦ ହଜେଇ ଦେଇଛି ।

Advertisment

ବୁଧବାର ମଧ୍ୟରାତ୍ରୀରେ ଦନ୍ତାହାତୀ ତିନୋଟି ଘର ଭାଙ୍ଗିଥିବାବେଳେ ଜୟନ୍ତ ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲା। ଘର ଭିତରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଶୋଇଥିଲେ ।

ହାତୀ ଘର ଭାଙ୍ଗିବା ଯୋଗୁ ଇଟା ପଡି ଘର ଭିତରେ ତାଙ୍କ ସ୍ତ୍ରୀ ଗୁଡିଆ ମାଝୀ ଓ ପିଲାମାନେ ଚାପି ହୋଇ ରହିଯାଇଥିଲେ।

ହାତୀ ଗଲା ପରେ ଗ୍ରାମବାସୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ସେହିଭଳି ହୃଷିକେଶ ପାତ୍ରଙ୍କ ଘରର ପାଚେରୀ ଭାଙ୍ଗିବା ସହ ଦନ୍ତାହାତୀ ଧାନ ଚାଉଳ ଖାଇଦେଇଥିଲା।

ଜଙ୍ଗଲର ସୀମାର ହ୍ରାସ ପାଇବା ‌ଯୋଗୁ ଖାଇବାକୁ ନ ପାଇ ହାତୀ ଜନବସତି ମୁହାଁ ହେବାରେ ଲାଗିଛନ୍ତି ବୋଲି କୁହାଯାଉଛି।