ବନ୍ୟଜନ୍ତୁ ଶିକାର ପାଇଁ ଘେରାଯାଇଥିବା ବିଜୁଳି ତାରରେ ବାଜି ଦନ୍ତାହାତୀ ମୃତ

ସମ୍ବଲପୁର: ଗତରାତିରେ ଜୁଜୁମୁରା ବ୍ଲକ୍‌ ଅନ୍ତର୍ଗତ ଇଚ୍ଛାପାଳ ଗାଁ ପାଖ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଘେରାଯାଇଥିବା ବିଜୁଳି ପ୍ରବାହିତ ତାର ଦେହରେ ବାଜି ଗୋଟାଏ ଦନ୍ତାହାତୀର ମୃତ୍ୟୁ ଘଟିଛି।

ହାତୀର ମୃତ୍ୟୁ ହୋଇଥିବା ଅଞ୍ଚଳଟି ସମ୍ବଲପୁର ସଦର ରେଞ୍ଜ୍‌ ଅଧୀନ ବସିଆପଡ଼ା ଫରେଷ୍ଟ୍‍ ସେକ୍‌ସନ୍‌ ବୋଲି ଜଣାପଡ଼ିଛି। ବଣ୍ୟଜନ୍ତୁ, ବିଶେଷତଃ ବାର୍‌ହା ମାରିବା ପାଇଁ ଘେରାଯାଇଥିବା ଏହି ବିଜୁଳି ତାର ସଂସ୍ପର୍ଶରେ ଆସି ହାତୀଟି ମରିଥିବା କଥା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର