ବିଛଲୁ ଗ୍ରାମ୍ୟ ଜଙ୍ଗଲରେ ପଡ଼ିଛି ମୃତ ଦନ୍ତାହାତୀ

ଯୁଯୁମୁରା: ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଯାଦୁଲୋଇସିଂ ବିଟ ଅନ୍ତର୍ଗତ ବିଛଲୁ ଗ୍ରାମ୍ୟ ଜଙ୍ଗଲରେ ସୋମବାର ସକାଳେ ଏକ ଦନ୍ତା ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ପହଞ୍ଚି  ଡିଏଫଓ ଡ. ସଞ୍ଜିତ କୁମାର, ଏସିଏଫ ମଦନ ଲାଲ ଶର୍ମା, ସଦର ରେଞ୍ଜର ଗୌରୀ ଶଙ୍କର ଦାସ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଦନ୍ତାହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର