ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ଆହତ

ସମ୍ବଲପୁର: ବୁଧବାର ଦିନ ପ୍ରାୟ ୧୧ଟା ବେଳେ ମାନେଶ୍ୱର ବ୍ଲକ୍‌ ଅନ୍ତର୍ଗତ ବଦୁଆପାଲି ଗ୍ରାମପଞ୍ଚାୟତ ଅଞ୍ଚଳ ଝାଙ୍କରବାହାଳି ଗ୍ରାମରେ ଜଣେ ବୃଦ୍ଧା ଦନ୍ତାହାତୀ ଆକ୍ରମଣରେ ଆହତ ହୋଇଛନ୍ତି।

ଆହତ ବୃଦ୍ଧା ହେଉଛନ୍ତି ୬୫ ବର୍ଷୀୟ ରାଇ ସାଏ।

ରାଇ ତାଙ୍କର ଜଣେ ମୂକବଧୀର ପୁଅ ସହ ଘରକୁ ଫେରୁଥିବା ବେଳେ ଝାଙ୍କରବାହାଳି ଗ୍ରାମ ପାଖରେ ଥିବା ଗୋଟାଏ ପାଣିଟାଙ୍କି ପାଖରୁ ହଠାତ୍‌ ଦନ୍ତାହାତୀଟିଏ ବାହାରି ଆସି ତାଙ୍କୁ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲା।

ହାତୀ ଆକ୍ରମଣରେ ରାଇଙ୍କର ଗୋଡ଼ ଓ ମୁହଁରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର