କେନ୍ଦୁଝର: ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ମଲଦା ଗାଁରେ ଗତ ରାତିରେ ଘର ଭିତରେ ଶୋଇଥିବା ଜଣେ ଝିଅକୁ ଗୋଟାଏ ଦନ୍ତାହାତୀ କଚାଡ଼ି ମାରି ପକାଇଛି।
ମୃତ ସାତ ବର୍ଷୀୟ ବାଳିକା ହେଉଛନ୍ତି ବଜା ମୁଣ୍ଡାଙ୍କ ଝିଅ ସାନା ମୁଣ୍ଡା। ଗତରାତିରେ ସାନା ବାପାମାଆ ଓ ଭାଇଭଉଣୀଙ୍କ ସହ ଘରେ ଶୋଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ଗୋଟାଏ ଗୋଠଛଡ଼ା ଦନ୍ତାହାତୀ ଘରର କବାଟ ଭାଙ୍ଗି ସାନାଙ୍କୁ ଉଠାଇ ନେଇ କଚାଡ଼ି ମାରି ପକାଇଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/elephant.jpeg)