ରାଉରକେଲା: ରବିବାର ବିଳମ୍ବିତ ରାତ୍ରୀରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଅଟୋମୁଣ୍ଡାରେ ଗୋଟାଏ ଦନ୍ତାହାତୀ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ଦଳି ମାରିପକାଇଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଅଟୋମୁଣ୍ଡାର ନରଭେତ କୁଲୁ।

Advertisment

publive-image

ବନ କର୍ମଚାରୀମାନେ ନଜର ରଖିଥିଲେ ବି ଉକ୍ତ ଦନ୍ତାହାତୀ ଅଟୋମୁଣ୍ଡାକୁ ପଶିଆସି ଦୁଇଟି ଘର ଭାଙ୍ଗିପକାଇଲା। ଫଳରେ ସେଠାକାର ଅଧିବାସୀମାନେ ଉପସ୍ଥିତ ବନକର୍ମଚାରୀମାନଙ୍କ ସହ ମିଶି ସେ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଉତ୍‌କ୍ଷିପ୍ତ ହାତୀଟି ଘଉଡ଼ାଳିଙ୍କ ମଧ୍ୟରୁ ନରଭେତଙ୍କୁ ଧରି ନେଇ ଘଟଣାସ୍ଥଳରେ ଦଳି ମାରି ପକାଇଲା।

ଏହା ପରେ ସେ ଦନ୍ତାହାତୀ ପାଖ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ବନବିଭାଗ ଘଟଣାସ୍ଥଳରୁ ନରଭେତଙ୍କ ଶବ ଉଦ୍ଧାର କରିଛି।