ଶୋଇଥିବା ବ୍ୟକ୍ତିକୁ ଦଳି ମାରିଦେଲା ଦନ୍ତାହାତୀ

ସୁନ୍ଦରଗଡ଼: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସୁନ୍ଦରଗଡ଼ ଫରେଷ୍ଟ୍‍ ଡିଭିଜନ୍‌ ଅନ୍ତର୍ଗତ ଉଜଳପୁର ରେଞ୍ଜ୍‌ ଅଞ୍ଚଳର ଦେଓଭୁବନପୁର ଗାଁରେ ଜଣେ ଶୋଇଥିବା ବ୍ୟକ୍ତିଙ୍କୁ ଗୋଟାଏ ଦନ୍ତାହାତୀ ଦଳି ମାରିପକାଇଛି।

ମୃତ ବ୍ୟକ୍ତି ହେଉଛନ୍ତି ଧରୋ ବାର୍ଲା। ବୟସ ଆନୁମାନିକ ୫୦ ବର୍ଷ ମଧ୍ୟରେ ହେବ। ଗତରାତିରେ ଧରୋ ମଦ୍ୟପାନ କରି ତାଙ୍କ ଘର ପିଣ୍ଡାରେ ଶୋଇଥିଲେ। ସେ ଅଞ୍ଚଳରେ କିଛି ଦିନ ହେବ ବୁଲାବୁଲି କରୁଥିବା ଦନ୍ତାହାତୀଟି ରାତିରେ ଗାଁ’ରେ ପଶି ପିଣ୍ଡାରେ ଶୋଇଥିବା ଧରୋଙ୍କୁ ଉଠାଇ ନେଇ ଦଳିଚକଟି ମାରି ପକାଇଛି।

ଧରୋ ଦନ୍ତାହାତୀ ଆକ୍ରମଣରେ ମରିଥିବା କଥା ଆଜି ପ୍ରତ୍ୟୁଷରେ ଲୋକେ ଜାଣିଲେ। ଏହାଛଡ଼ା ସେ ଦନ୍ତାହାତୀ ଗାଁର ଜଣଙ୍କ ଘରର କାନ୍ଥ ମଧ୍ୟ ଭାଙ୍ଗି ପକାଇଛି।

ଖବର ପାଇ ବନ ବିଭାଗ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର