ସୋର: ଯାତ୍ରୀବାହୀ ଟ୍ରେନ୍ରେ କଇଁଛ ଚାଲାଣକାରୀ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ ଓଡ଼ିଶାରୁ ପଡୋଶୀ ପଶ୍ଚିମବଙ୍ଗକୁ କଇଁଛ ଚାଲାଣ କରୁଥିଲେ। ରେଳବାଇ ପୁଲିସ ବଳ ସେମାନଙ୍କ ଠାରୁ ୧୭ଟି କଇଁଛ ଜବତ କରିଛି।
ଟ୍ରେନ୍ରେ କଇଁଛ ଚୋରା ଚାଲାଣ ବେଳେ ବାଲେଶ୍ବର ଜିଲ୍ଲା ଖନ୍ତାପଡା ନିକଟରେ ଆରପିଏଫ ସିଆଇବି ଖଡ଼ଗପୁର ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଏହି ଟ୍ରେନ୍ର ଏକ ବଗିରେ ୧୭ଟି କଇଁଛ ଥିବା ଜଣାପଡ଼ିଥିଲା।
ଭଦ୍ରକ-ଖଡଗପୁର ଲୋକାଲ ଟ୍ରେନ୍ରେ କଇଁଛ ଚୋରା ଚାଲାଣ ବେଳେ ବାଲେଶ୍ବର ଜିଲ୍ଲା ଖନ୍ତାପଡା ନିକଟରେ ଆରପିଏଫ ସିଆଇବି ଖଡ଼ଗପୁର ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଏହି ଟ୍ରେନ୍ର ଏକ ବଗିରେ ୧୭ଟି କଇଁଛ ଥିବା ଜଣାପଡ଼ିଥିଲା। ଏହାକୁ ଖନ୍ତାପଡ଼ା ଥାନା ଟିଣା ଗ୍ରାମର ସାମ ଦଳେଇ ଓ ସଦର ଥାନା ବସନ୍ତପୁର ଗ୍ରାମର ଯଦୁଆ ସିଂ ଚାଲାଣ କରୁଥିଲେ। କଇଁଛ ଚୋରା ଚାଲାଣ କରାଯାଉଥିବା ନେଇ ଖଡଗପୁର ଆରପିଏଫ ସିଆଇବି ଖବର ପାଇବା ପରେ ଟ୍ରେନରେ ଚଢ଼ଉ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/19/soro-2025-09-19-17-37-39.jpg)