ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଆଜି କୋର୍ଟରୁ ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଟୁଟୁ ନାୟକଙ୍କୁ ୫୦ ହଜାର ଟଙ୍କା ଓ ଜଣେ ଜାମନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏସ୍ଡଜେଏମ୍ କୋର୍ଟ ଗତ ଶନିବାର ଏହ ମାମଲାରେ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ।
ଟୁଟୁଙ୍କ ଓକିଲ ଦିବ୍ୟ ଆନନ୍ଦ ମିଶ୍ର କହିଛନ୍ତି, ଗିରଫ ପରେ ଟୁଟୁ ନାୟକ ଶନିବାର ଠାରୁ ଜେଲରେ ଥିଲେ। ଆଜି ସେ ସର୍ତ୍ତମୂଳକ ଜାମିନରେ ବାହାରିଛନ୍ତି। ଅଭିଯୋଗକାରୀଙ୍କୁ କିମ୍ବା ତାଙ୍କ ପରିବାରକୁ କୌଣସି ଧମକ ଚମକ ଦେବେ ନାହିଁ। ସେହିପରି ତଦନ୍ତରେ ସାହାଯ୍ୟ କରିବା ସର୍ତ୍ତରେ ଟୁଟୁ ନାୟକଙ୍କୁ ଜାମିନ ମିଳିଛି।
/sambad/media/post_attachments/wp-content/uploads/2023/11/3ba08f03-166e-4a96-9665-9ab353f622b3.jpeg)
ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ଦଫା ୩୫୪, ୩୪୧, ୩୨୩, ୨୯୪ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି ସିନେ କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା।
ଫିଲ୍ମର ପ୍ରିମିୟର ସୋ’ର ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା, ସ୍ବାତୀ ହଲ୍କୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଟୁଟୁ ହଲ୍ରୁ ବାହାରି ଯାଉଥିବା ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/189b28db-94e2-4dfe-8d4f-17d96c2e25bb.jpeg)