ଭୁବନେଶ୍ବର: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଆଜି ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ସେ ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି । ତେବେ ରଶ୍ମିରେଖାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ରିପୋର୍ଟରେ ଦର୍ଶାଯାଇଛି। ତେଣୁ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।
ଅନ୍ୟପଟରେ ଅଭିନେତ୍ରୀ ରଶ୍ମିରେଖା କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି । ସେପଟେ ସ୍ୱାମୀର ପରିଚୟ ଦେଇ ଅଭିନେତ୍ରୀଙ୍କ ସହ ଭଡା ଘରେ ରହୁଥିବା ସନ୍ତୋଷ ପାତ୍ର କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି, ଆଉ ଖବର ମିଳୁନାହିଁ। ପରିବାର ଲୋକେ ରଶ୍ମିରେଖାଙ୍କ ମୃତ୍ୟୁ ପାଇଁ ସନ୍ତୋଷକୁ ଦାୟୀ କରିଛନ୍ତି। ପୁଲିସ ସନ୍ତୋଷର ଫୋନ ଟ୍ରାକିଂ କରି ଧରିବାକୁ ଉଦ୍ୟମ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/95159fee-1d5d-4b37-aab4-729b4862c890.jpg)