ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଜୟୀ ରାଜଗୁରୁ ଭବ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର, ଖୋର୍ଦ୍ଧା ବ୍ଲକ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଖୋର୍ଦ୍ଧା, ଜଟଣୀ, ବୋଲଗଡ଼ ଓ ବେଗୁନିଆରୁ ଯୁବକଯୁବତୀମାନେ ଯୋଗ ଦେଇଥିଲେ । ସେମାନଙ୍କୁ ଦକ୍ଷତା ବିକାଶ, କର୍ମନିଯୁକ୍ତି ପାଇଁ ଆବଶ୍ୟକ କୌଶଳ ଆଦି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ୧୨ଟି କମ୍ପାନୀ ଏଥିରେ ଭାଗ ନେଇଥିଲେ। ବହୁ ପିଲାଙ୍କୁ ନିଯୁକ୍ତି ମିଳିଥିଲା। ଏଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅନେକ ପଲା ନିଯୁକ୍ତି ପାଉଥିବାବେଳେ ଅନେକ ନିଯୁକ୍ତି ବି ସୃଷ୍ଟି କରାଯାଇପାରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/୪.jpg)