କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଦୁଲକିବନ୍ଧ ସରକାରୀ କନ୍ୟାଶ୍ରମ ସ୍କୁଲରେ ଝାଡ଼ାବାନ୍ତି ବ୍ୟାପିଛି। ସ୍କୁଲର ୨୫ ଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ଗୁରବାର ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ ଅନ୍ତେବାସିନୀମାନଙ୍କୁ ହଠାତ ମୁଣ୍ଡବ୍ୟଥା ହୋଇ ଝାଡ଼ା ଓ ବାନ୍ତି ଭଳି ଲକ୍ଷଣ ଦେଖାଦେଇଥିଲା। ଫଳରେ ସ୍କୁଲ ତରଫରୁ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା କରାଯାଉଥିବା ବେଳେ ପରିସ୍ଥିତି ସ୍ୱାଭାବିକ ଥିବା ଖବର ମିଳିଛି। ଚିକିତ୍ସାଧିକାରୀ ଶିବାଶିଷ ସ୍ୱାଇଁ ପରିସ୍ଥିତି ସ୍ୱାଭାବିକ ରହିଛି ଏହା ଭାଇରାଲରେ ଏଭଳି ହୋଇଛି ବୋଲି କହିଛନ୍ତି। ଶ୍ରୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରରୁ ଡିପିଏଚ୍ଓ ଡା. ରାକେଶ ସାହୁ, ଏପିଡେମିଓଲୋଜିଷ୍ଟ ଏନ୍. ଠାକୁର, କଲମପୁର ସିଏଚସିରୁ ଡା. ମୃତ୍ୟୁଞ୍ଜୟ ମହାନ୍ତି, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହେମନ୍ତ ଶଗଡ଼ିଆ ସମେତ ଅନେକ ସ୍ୱାସ୍ଥ୍ୟକର୍ମୀ ଦୁଲକିବନ୍ଧ କନ୍ୟାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/e4ebf4f7-4404-408e-8206-9bfe56af2682.jpg)