୨୦ ପୁଲିସ ଅଧିକାରୀ, କର୍ମଚାରୀ ପାଇବେ ରାଜ୍ୟପାଳ ପଦକ

କଟକ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ୨୦ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯିବ। ଆଜି ଗୃହ ବିଭାଗ ପକ୍ଷରୁ ସେମାନଙ୍କ ନାମ ଘୋଷଣା କରାଯାଇଛି। ଅତିରିକ୍ତ ଡିଜି/ଆଇଜି ଓ ଡିଆଇଜି ପାହ୍ୟାରେ ଆଇଜି ଏସ୍‌. ପ୍ରବୀଣ କୁମାର, ଆଇଜି ଭିଜିଲାନସ୍‌ ଅସିତ କୁମାର ପାଣିଗ୍ରାହୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ମନୋନୀତ କରାଯାଇଛି। ସେହିଭଳି ଏସ୍‌ପି, କମାଣ୍ଡାଣ୍ଟ୍ ଓ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାରେ ଏସ୍‌.ପି ଭଦ୍ରକ ଚରଣ ସିଂହ ମୀନା, ଏସ୍‌.ପି ବ୍ରହ୍ମପୁର ପିନାକ ମିଶ୍ରଙ୍କୁ ମନୋନିତ କରାଯାଇଛି। ଅତିରିକ୍ତ ଏସ୍‌.ପି ପାହ୍ୟାରେ ସମ୍ବଲପୁର ଅତିରିକ୍ତ ଏସ୍‌.ପି ତପନ କୁମାର ମହାନ୍ତି ଓ ଏସ୍‌ଓଜି ଭୁବନେଶ୍ବରର ମାଧବାନନ୍ଦ ପ୍ରଧାନ ତଥା ଇନ୍‌ସପେକ୍ଟର, ରିଜର୍ଭ ଇନ୍‌ସପେକ୍ଟର, ସୁବେଦାର ମେଜର୍‌ ଓ ସୁବେଦାର ପାହ୍ୟାରେ ଏ. ଶ୍ରୀନିବାସ ଦୋରା, ଋତୁପ୍ରଭା ଶତପଥୀ, ସୁରେଶ କୁମାର ତ୍ରିପାଠୀ, ସବ୍-ଇନସପେକ୍ଟର ଓ ଡେପୁଟି ସୁବେଦାର ପାହ୍ୟାରେ ପ୍ରଦ୍ୟୁମ୍ନ କୁମାର ନନ୍ଦ, ସୁଦର୍ଶନ ଅଧିକାରୀ, ସାଗର ପ୍ରସାଦ ଯୋଶୀ, ହାବିଲଦାର/ହାବିଲଦାର ମେଜର ପାହ୍ୟାରେ ଏସ୍‌.ଆଇ ସୀମାଞ୍ଚଳ ବେହେରା, ଏଏସ୍‌ଆଇ ପ୍ରଣବ କୁମାର ନାୟକ ଓ ହାବିଲଦାର ଅଶୋକ କୁମାର ସାମନ୍ତରାୟ, କନଷ୍ଟେବଳ/ସିପାହି ପାହ୍ୟାରେ କିରଣ ଚନ୍ଦ୍ର ପାତ୍ର, ଗୌତମ ପାତ୍ରୋ, ସୁକେଶ ପ୍ରଧାନ, ସୁଶାନ୍ତ କୁମାର ରାଉତରାୟ ଓ ରଶ୍ମିରେଖା ପଣ୍ଡାଙ୍କୁ ରାଜ୍ୟପାଳ ପଦକ ପାଇଁ ମନୋନୀତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର