ଦେଢ଼ମାସରେ ଗିରଫ ହୋଇଛନ୍ତି ୨୩ ଅଧିକାରୀ

କଟକ : ଓଡ଼ିଶା ଭିଜିଲାନ୍‌ସ ଗତ ଦେଢ଼ମାସରେ ରାଜ୍ୟରେ ୩୧ଟି ମାମଲା ରୁଜୁ କରିବା ସହ ୨୩ ଜଣ ସରକାରୀ ଚାକିରିଆଙ୍କୁ ଗିରଫ କରିଛି। ସେମାନଙ୍କ ଭିତରୁ ୪ଜଣ ପ୍ରଥମ ଶ୍ରେଣୀ (କ୍ଲାସ-ୱାନ୍‌) ଅଧିକାରୀ ଥିବା ସଂପର୍କରେ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି। ଓଡ଼ିଶା ଭିଜିଲାନ୍‌ସର କୌଶଳ ସଂପର୍କରେ ବୁଧବାର ଦିନ ନିର୍ଦ୍ଦେଶାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେଠ୍‌ୱା ଏହି ସୂଚନା ଦେଇଛନ୍ତି।

‘ମୋ ସରକାର ଯୋଜନାକୁ ପ୍ରାଧାନ୍ୟ ଦେବା ସହ ତଥ୍ୟ ଓ ସୂଚନାକୁ ଆଧାର କରି ଏବେ ଭିଜିଲାନ୍‌ସ ତା କୌଶଳକୁ ସହଜ କରିଛି। ବିଭିନ୍ନ ସରକାରୀ ଅଫିସକୁ ଯାଇ ନିରାଶ ହେବା, ଲାଞ୍ଚ ଦେଉଥିବା ନେଇ ତଥ୍ୟ ‘ମୋ ସରକାର ଯୋଜନାରୁ ମିଳିପାରୁଛି। ସେ କହିଛନ୍ତି ଯେ, ସୂଚନାକୁ ଆଧାର କରି ଭିଜିଲାନ୍‌ସ କାର୍ଯ୍ୟ କରୁଛି। ଲାଞ୍ଚ ନେବା ପୂର୍ବରୁ ସୂଚନା ମିଳିବା ପରେ ଭିଜିଲାନ୍‌ସ ଚଢ଼ଉ କରୁଥିବା ବେଳେ ଅନେକ କ୍ଷେତ୍ରରେ ଦୁର୍ନୀତି ପରେ ସୂଚନା ପାଇ ଭିଜିଲାନ୍‌ସ ଚଢ଼ଉ କରୁଛି। ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ବେଳେ ଭିଜିଲାନ୍‌ସ ଦ୍ବାରା ଟ୍ରାପ୍‌ ହେଉଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା‌‌ରେ ମଧ୍ୟ ଭିଜିଲାନ୍‌ସ ଗିରଫ କରୁଛି। ‘ମୋ ସରକାର ଏବେ ଏହାକୁ ସହଜ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର