କରୋନା ସମୟରେ କମିସନରେଟ୍ ପୁଲିସକୁ ଘାରିଲା ଫିଟନେସ୍ ଚିନ୍ତା : ମାସକ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେଟ କମାଇବାକୁ କହିଲେ ପୁଲିସ କମିସନର

ଭୁବନେଶ୍ୱର: କରୋନା ସମୟରେ କମିସନରେଟ୍ ପୁଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା । କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର । କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିସନରେଟ୍ ପୁଲିସ ଫିଟନେସକୁ ଗୁରୁତ୍ୱ ଦେଇଛି। କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ ସ୍ୱାସ୍ଥ୍ୟବାନ୍ ହୋଇ ବିଭାଗରେ ଯୋଗ ଦିଅନ୍ତି । କିନ୍ତୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସେମାନେ ରକ୍ତଚାପ, ମଧୁମେହ,ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି ପାଇଁ ଅଧିକ ବିପଦ ସୃଷ୍ଟି କରେ । ଏଥିପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ। ଏହା ପରେ ଲିଖିତ ଆକାରରେ ତାଙ୍କୁ ବଡି ମାସ ଇନଡେକ୍ସ ବା ବୟସ ଓ ଉଚ୍ଚତା ଅନୁସାରେ ଅନୁପାତିକ ଓଜନ କେତେ ହେବା କଥା ତାହା ଲିଖିତ ଭାବେ ଜଣାଇଦିଆଯିବ । ଏ ସମ୍ବନ୍ଧିୟ ତଥ୍ୟ ପୁଲିସ ଡାକ୍ତରଖାନାରେ ରଖାଯିବ । ପୁଣି ୩ ମାସ ପରେ ସମସ୍ତ ଓଜନ ମପାଯିବ ଓ ଦେଖାଯିବ । କେତେ ଓଜନ କମାଇଛନ୍ତି ତାହା ଜଣାପବ ।

ସମ୍ବନ୍ଧିତ ଖବର