ଟ୍ଵିନ୍‌ ସିଟିରେ ଜଳ ପରୀକ୍ଷଣ ଲାବୋରୋଟୋରି ଏବଂ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱରର ପଳାଶୁଣିଠାରେ ଥିବା ନ୍ୟୁ କ୍ୟାପିଟାଲ୍‌ ଓ୍ଵାଟର ଓ୍ଵାର୍କସ୍‌ଠାରେ ୬୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କଟକ ଯାଇ ଜବାହାର୍‌ଲାଲ୍‌ ନେହେରୁ ଇନ୍‌ଡ଼ୋର ଷ୍ଟାଡ଼ିୟମ୍‌ ନିକଟରେ ଆଉ ଏକ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

କଟକରେ ସେ ୧୦୧ଟି ସହରାଞ୍ଚଳ ଲାଗି ୭୮୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୫୫ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୭୪ଟି ସହରାଞ୍ଚଳ ଲାଗି ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଏବଂ ୬ଟି ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର