ପୀଡ଼ିତାଙ୍କୁ ନେଇ ଏସପି-ଆଇଜିଙ୍କ ମଧ୍ୟରେ ଟ୍ୱିଟରରେ ମତଭେଦ !

ଭୁବନେଶ୍ୱର: ପୀଡିତାଙ୍କ ନେଇ ଟ୍ୱିଟରରେ ମତଭେଦ | ଭଦ୍ରକ ଜିଲ୍ଲା ପୁଲିସ ଓ ପୂର୍ବାଂଚଳ ଡ଼ିଆଇଜିଙ୍କ ମଧ୍ୟରେ ଟ୍ୱିଟରରେ ମତଭେଦ ଏବେ ଚର୍ଚ୍ଚାରେ ରହିଛି | ମିଳିଥିବା ସୂଚନା ମୁତାବକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ମୀର ସରାଫତ୍‌ଙ୍କ ଝିଅ ତବସୁନ୍ ଖାତୁନ୍‌ଙ୍କୁ ଗତ ୨ ତାରିଖ ଦିନ ମୁମୂର୍ଷୁ ଅବସ୍ଥାରେ ଭଦ୍ରକ ଧାମନଗର ଡାକ୍ତରଖାନାରେ ଛାଡ଼ି ଦୁଇଜଣ ଯୁବକ ଫେରାର ହୋଇ ଯାଇଥିଲେ। ଯେଉଁ ଦୁଇ ଯୁବକ ତବସୁନ୍‌ଙ୍କୁ ଡାକ୍ତରଖାନା ଆଣଥିଲେ ସେମାନଙ୍କ ଫଟୋ କୌଶଳ କ୍ରମେ ଧାମନଗର ମେଡିକାଲ କର୍ତ୍ତୃପକ୍ଷ ମୋବାଇଲରେ ଉଠାଇ ନେଇଥିଲେ।

ତବସୁନ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତବସୁନ୍‌ଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ପୂର୍ବାଂଚଳ ପୁଲିସ ଡିଆଇଜିଙ୍କୁ ଟ୍ୱିଟ କରିଥିଲେ | ଏହାପରେ ପୂର୍ବାଂଚଳ ଡିଆଇଜି ଭଦ୍ରକ ଏସପି ବା ଆରକ୍ଷୀ ଅଧିକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ | ତେବେ ଏଭଳି କିଛି ଘଟଣା ଭଦ୍ରକରେ ଘଟିନଥିବାର ସ୍ପଷ୍ଟ ଭାବେ ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଥିଲା |


ଏଭଳି ଉତ୍ତର ପାଇବା ପରେ ଭଦ୍ରକ ଏସପିଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ଅବଶ୍ୟ ଏହା ପରେ ଧାମନଗର ଥାନା ହବିବନଗରର ସେକ୍ ଗୋଲାମ ‌ଗସ୍‌ଙ୍କୁ ପୁଲିସ ଗିରଫ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପରେ ଧାମନଗର ଥାନା ପୁଲିସ ମଙ୍ଗଳପୁର ଥାନାକୁ ହସ୍ତାନ୍ତର କରିଥିଲା ।

ସମ୍ବନ୍ଧିତ ଖବର