ଭୁବନେଶ୍ବର: ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ଗୋଡେଇ ଗୋଡେଇ ହାଣିବା ଘଟଣାରେ ବଡ଼ଗଡ଼ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି। ଦିପୁ ପ୍ରଧାନ ଓ ଭିକି ନାୟକଙ୍କୁ ରିମାଣ୍ଡରେ ନେଇଛି ପୁଲିସ। ଅଭିଯୁକ୍ତଙ୍କ ଠାରୁ ଅପରାଧର ସତ ଓଗାଳିବା ପରେ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

Advertisment

କ୍ୟାପିଟାଲ ଥାନା ପୁଲିସ ସହାୟତରେ କେଦାରପଲ୍ଲୀ ଓ ମଇଁଷିଖାଲ ବସ୍ତିରେ ଚଢ଼ଉ ହୋଇଛି। ବଡ଼ଗଡ଼ ପୁଲିସ ଆଜି ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ମହେଶ୍ବର ସାହୁ(୨୦)। ପୁଲିସ ତା ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା। ଏହି ଘଟଣାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବାକୁ କ୍ୟାମ୍ପସରେ ପୋଷ୍ଟର ଲାଗାଇଥିଲେ କର୍ତ୍ତୃପକ୍ଷ। କଲେଜ କର୍ତ୍ତୃପକ୍ଷ ଓ ପୁଲିସର ମିଳିତ ଉଦ୍ୟମରେ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଗତ ଶନିବାର ଦିନ କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିଲଶ। ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘରକୁ ପୁଲିସ ଭାଙ୍ଗିଥଲା।