ଧର୍ମଗଡ଼: ଗଞ୍ଜେଇ ଚୋରାଚାଲାଣ ମାମଲାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଦୌରାଜଜ ବନ୍ଦନା କର ଦୁଇ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜଣପିଛା ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଜେଲ ବୋଲି ଜଜ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀର ଜଣାଯାଇଛି ଯେ, ୨୦୨୨ ମସିହା ଜାନୁଆରି ୨୬ ତାରିଖରେ ଏକ ୟୁପି ନମ୍ବର ବସର ଡିକିରେ ୭୬୮ କିଲୋ ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଜୁନାଗଡ ପୁଲିସ ସନ୍ଦେହରେ ବସ୍କୁ ସନ୍ଦେହରେ ଅଟକ ରଖିଥିଲା। ତେବେ ବସ୍କୁ ଯାଞ୍ଚ କରିବା ବେଳେ ଏଥିରେ ୭୬୮ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିଲା। ତଦନ୍ତ ସମୟରେ ଏହା ପଡୋଶୀ ଜିଲ୍ଲା ନବରଙ୍ଗପୁରରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ପୁଲିସ ଜାଣିପାରିଥିଲା। ଏ ନେଇ ଜୁନାଗଡ଼ ପୁଲିସ ଏକ ମାମଲା ରୁଜୁକରି ଚୋରା ଗଞ୍ଜେଇ ଜବତ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା।
ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତ୍ତୀ ଓ ନକୂଳ ପ୍ରଧାନକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜଣପିଛା ଏକଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/f1d6b492-44c3-463e-bafa-a25b6563fda8.jpg)