ଏଟିଏମ୍‌ରେ ଲୁହା ପାତିଆ ଖଞ୍ଜି ଗ୍ରାହକଙ୍କ ଟଙ୍କା ନେଉଥିଲେ, ୨ ବିହାରୀ ଯୁବକଙ୍କୁ ବାନ୍ଧିଲା ପୁଲିସ

କଟକ: ମଙ୍ଗଳାବାଗ ପୁଲିସ ହ୍ୟାଣ୍ଡକପରେ ଏଟିଏମ୍ ଲୁଟେରା। ଦୁଇ ବିହାରୀ ଯୁବକଙ୍କୁ ଗିରଫ କଲ ପୁଲିସ। ଏକ ସ୍ବତନ୍ତ୍ର ଲୁହା ପାତିଆକୁ ବ୍ୟବହାର କରି ଏଟିଏମ୍ କାଉଣ୍ଟରରେ କେହି ନ ଥିବା ବେଳେ ଏଟିମ ମେସିନରେ ପାତିଆ ଭର୍ତ୍ତି କରନ୍ତି ଏହି ଦୁଇ ଅଭିଯୁକ୍ତ। ପାତିଆ ଲଗାଇଦେଲା ପରେ ପରବର୍ତ୍ତୀ ସମୟରେ ଯେଉଁ ବ୍ୟକ୍ତି ଯାଇ କାର୍ଡ ବ୍ୟବହାର କରି ଟଙ୍କା ଉଠେଇବା ପାଇଁ ପ୍ରୟାସ କରନ୍ତି ହେଲେ ଟଙ୍କା ନବାହାରି କେବଳ ଟଙ୍କା ଆକାଉଣ୍ଟରୁ କଟି ଯାଇଥାଏ। ପରେ ସେ ବ୍ୟକ୍ତି ଗଲା ପରେ ଏମାନେ ଯାଇ ସେହି ଲୁହା ପାତିଆ କାଢି ଟଙ୍କା ନେଇ ଆସିଥାନ୍ତି। କ୍ୟାଣ୍ଟେନମେଣ୍ଟ ରୋଡସ୍ଥିତ ଡିସିପ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଏହା କହିଛନ୍ତି। ଡିସିପି ଶ୍ରୀ ସିଂହ କହିଛନ୍ତି ଯେ, ଅଭିଯୁକତମାନଙ୍କ ନାଁରେ ଅନ୍ୟ ରାଜ୍ୟରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ତେବେ ଉଭୟଙ୍କୁ ଅଧକ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ରିମାଣ୍ଡରେ ଆଣିବ କମିସନରେଟ ପୁଲିସ । ନଗଦ ଟଙ୍କା, ଲୁହା ପାତିଆ, ମୋବାଇଲ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ କଟକ ଏସ୍‌ପି ଅଜୟ ଦାସ ମଧ୍ୟ ଉପସ୍ଥିତ ଥିଲେ।

 

 

 

ସମ୍ବନ୍ଧିତ ଖବର