ଟୁକୁନା ଦାସ ହତ୍ୟା ମାମଲା : ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ

ଭୁବନେଶ୍ବର: ଶନିବାର ପୂର୍ବାହ୍ନରେ ନୟାପଲ୍ଲୀର ଭିଆଇପି ଏରିଆରେ ବିଚ୍ ରାସ୍ତାରେ ଟୁକୁନା ଦାସକୁ ହାଣି ହତ୍ୟା କରିବା ଘଟଣାରେ  ଅଭିଯୁକ୍ତ ଦୁଇ ଭାଇ ସାଗର ଓ ସୁଧୀରକୁ ପୁଲିସ ଗିରଫ କରିଛି। ଏନେଇ  ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହାଛଡ଼ା ଘଟଣା ସ୍ଥଳରେ ପିସିଆର ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମରା ଘଟଣାରେ ସିସିଟିଭି ଆଧାରରେ ପାଞ୍ଚ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ।

ସୂଚନାଯୋଗ୍ୟ,  ଶନିବାର ପୂର୍ବାହ୍ନରେ ନୟାପଲ୍ଲୀର ଭିଆଇପି ଏରିଆରେ ବିଚ୍ ରାସ୍ତାରେ ଦୁଇ ଭାଇ ସାଗର ଓ ସୁଧୀର ପୂର୍ବ ଶତ୍ରୁତାରୁ ଟୁକୁନା ଦାସକୁ ହାଣି ହତ୍ୟା କଲେ। ଏହି ଘଟଣା ଯେତିକି ଜଘନ୍ୟ ଥିଲା ତାଠାରୁ ଆହୁରି ଦୁର୍ଭାଗ୍ୟଜନକ ଥିଲା ପୁଲିସ ହେପାଜତରୁ ଛଡ଼ାଇନେଇ ହତ୍ୟାକାରୀଙ୍କୁ ଆକ୍ରମଣ କରିବା। ଏଭଳି ଏକ ହତ୍ୟାକାଣ୍ଡ ପରେ ଥାନାର କୌଣସି ଅଧିକାରୀ କିମ୍ବା କମିସନରେଟ ପୁଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଲୋକଙ୍କ ଅସନ୍ତୋଷ ବଢ଼ି ଯାଇଥିଲା ଏବଂ ଏହାର ପ୍ରତିଫଳନ ଥିଲା ଲୋକଙ୍କ ସଂଘବଦ୍ଧ ଆକ୍ରମଣ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକଙ୍କ କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଯେଉଁଭଳି ଢଙ୍ଗରେ ଘଟଣା ଘଟିଲା ତା କୌଣସି ଅପରାଧପ୍ରବଣ ରାଜ୍ୟଠାରୁ କମ୍ ନୁହେଁ। ଲାଗୁଛି ଯେମିତି ପୁଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀ କାହିଁକି ପୁଲିସ ଉପରେ ଭାରି ପଡୁଛନ୍ତି ତାହା ଜଣାପଡୁ ନାହିଁ।

ସମ୍ବନ୍ଧିତ ଖବର