ବୌଦ୍ଧ/ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲିକପଡ଼ା ଗାଁରେ ରବିବାର ରାତିରେ ସାନଭାଇ ସନ୍ତୋଷ ଜାନୀଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୁଲିସ ବୁଧବାର ମଝିଆଁ ଭାଇ ପ୍ରଶାନ୍ତ ଜାନୀ (୩୬) ଓ ବଡ଼ଭାଇ ସାର୍ତ୍ତିକ ଜାନୀ (୪୦)କୁ ଗିରଫ କରିଛି। ପ୍ରଶାନ୍ତ ବ୍ରାହ୍ମଣୀପାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମ ରାସ୍ତାରେ ଚାଲିଚାଲି ଯାଉଥିବା ବିଷୟରେ ପୁଲିସକୁ ସୂଚନା ମିଳିଥିଲା। ବାଉଁଶୁଣୀ ପୁଲିସ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁବାସ ଚନ୍ଦ୍ର ରାୟଗୁରୁ ସୂଚନା ଦେଇଛନ୍ତି। ସେହିପରି ଅଭିଯୁକ୍ତ ବଡ଼ଭାଇ ସାର୍ତ୍ତିକ ଜାନୀକୁ ବି ପୁଲିସ ବିଜାପଦର ଗାଁକୁ ଗିରଫ କରିଛି।
ସୂଚନାଯୋଗ୍ୟ, ରବିବାର ରାତିରେ ଘରୋଇ କହଳକୁ ନେଇ ମଲିକପଡ଼ା ଗ୍ରାମର ଓଏସ୍ଏପି କନେଷ୍ଟବଳ ସନ୍ତୋଷ ଜାନୀ(୩୨)ଙ୍କ ସହ ବଡ଼ାଭାଇ ସାର୍ତ୍ତିକ ଜାନୀ(୪୦) ଓ ମଝିଆଁ ଭାଇ ପ୍ରଶାନ୍ତ ଜାନୀ(୩୬)ଙ୍କ ଝଗଡ଼ା ହୋଇଥିଲା। ସାର୍ତ୍ତିକ ଓ ପ୍ରଶାନ୍ତ ମିଶି ସାନଭାଇ ସନ୍ତୋଷକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ। ମୃତ୍ୟୁ ପରେ ଶବକୁ ଘୋଷାଡ଼ି ନେଇ ଘର ସମ୍ମୁଖରେ ଥିବା ବିଲରେ ପୋଡ଼ି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)