କଟକ: ନକଲି ଔଷଧ ଉତ୍ପାଦନ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିହାର ପୁଲିସ ସହାୟତାରେ ଗତକାଲି ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଦୁଇ ଅଭିଯୁକ୍ତ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର।୪୨୦ ଓ ୩୩୬ ଦଫାରେ ଗିରଫ କରିଛୁ। ନକଲି ଲାଇସେନ୍ସ ଓ ଵିଲ୍ ବି ଜବତ ହୋଇଛି। ଗିରଫ ବେଳେ ସେମାନଙ୍କ ମୋବାଇଲ ଚେକ୍ ଫେକ୍ ବିଲ୍ ଆମେ ଜବତ କରିଛୁ।
ଗିରଫ ପରେ କୋର୍ଟରେ ପ୍ରଡ୍ୟୁସ୍ କରି ଆମେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛୁ।
ସେ ଆହୁରି କହିଛନ୍ତି, ତିନି ଦିନ ରିମାଣ୍ଡରେ ଆମେ ଉଭୟଙ୍କୁ ଆଣିଛୁ।ବାଲାଜୀ ଏଜେନ୍ସି ଓ ବାଲାଜୀ ଡ୍ରଗ ପଏଣ୍ଟ ନାଁରେ ଦୁଇଟି ସଂସ୍ଥା ଏମାନେ ଚଳାଉଥିଲୁ। ଏମାନେ ବି ମାନିଛନ୍ତି କି ନକଲି ମେଡିସିନ ଏମାନେ ତିଆରି କରୁ ନ ଥିଲେ, ସେମାନେ ବି ଅନ୍ୟ ରାଜ୍ୟରୁ ଆଣୁଥିଲେ।
ତେବେ ଏବେ ବି ଏହି ନକଲି ଔଷଧ ନିର୍ମାତାର ଟେର ପାଇନି କମିଶନରେଟ ପୁଲିସ। ଅନୁସନ୍ଧାନ ଆଗକୁ ଗଲେ ଖୋଲିବ ଆହୁରି ଅନେକ ଗୁମର। ତେବେ ଡିସିପଙ୍କ ମତରେ ଏହି ନକଲି କାରବାର ପଛରେ ବହୁତ ବଡ଼ ସିଣ୍ଡିକେଟ କାମ କରୁଛି। ବହୁ ପ୍ରତିଷ୍ଠିତ ଶିକ୍ଷିତ ବ୍ୟକ୍ତି ସାମିଲ ଅଛନ୍ତି ରାକେଟରେ। ନକଲି ଔଷଧ କାରବାରରେ ଅନ୍ୟ ରାଜ୍ୟର ସମ୍ପୃକ୍ତି ସମ୍ବନ୍ଧରେ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଛନ୍ତି ଡିସିପି। ଏଭଳି ଜୀବନ ହାନିକାରକ ଔଷଧର ମୂଳଚେର ପର୍ଯ୍ୟନ୍ତ ପୁଲିସ ଯିବ ବୋଲି କହିଛନ୍ତି ଡିସିପି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-32.png)