ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ, ୨ ଗିରଫ

ବାଂଶପାଳ: ବାଂଶପାଳ ବ୍ଲକ୍‌ ଖଜୁରିମୁଣ୍ଡି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେଇ ୨ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବାପୁନ ମଲ୍ଲିକ ଓ ପ୍ରଶାନ୍ତ ସେଠୀ। ଉଭୟ ସାହାରପୁର ଗ୍ରାମର ବୋଲି ଜଣାପଡ଼ିଛି। ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଶନିବାର ପାଠପଢ଼ିବାକୁ ବୈତରଣୀ ନୋଡାଲ ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ୧୨ଟା ପରେ ଖଜୁରିମୁଣ୍ଡିସ୍ଥିତ ହଷ୍ଟେଲକୁ ଫେରୁଥିବାବେଳେ ବାଟରେ ବାପୁନ ଓ ପ୍ରଶାନ୍ତ କିଛି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ବାଂଶପାଳ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର