ବାଇକ୍‌ ସହ ଗଂଜେଇ ଜବତ, ଦୁଇ ଗିରଫ

ତୁଷୁରା: ଗୁଡ଼ଭେଲା ନିକଟରୁ ଅବକାରୀ ବିଭାଗ ଏକ ବାଇକ୍‌ ସହ ୭ କେଜି ଗଞ୍ଜେଇ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଲାଠୋର ଥାନା ଅଞ୍ଚଳର ଟିକଶ୍ବେର ତାଣ୍ତି ଓ ରାଜେଶ ସୁନା। ମଙ୍ଗଳବାର ଅବକାରୀ ବିଭାଗର ପି.କେ. ପଣ୍ତା ଓ ୟୁ.ଏଲ. ନାଏକ ଗୁଡ଼ଭେଲାଠାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଇକ୍‌ (ଓଡି ୦୩ କ୍ୟୁ ୩୯୮୭)ରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଧରି ସେମାନଙ୍କଠାରୁ ଗଞ୍ଜେଇ ଜବତ କରିଥିଲେ।

ସମ୍ବନ୍ଧିତ ଖବର