ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡର ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କଲା ସୋର ପୁଲିସ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଜମିଜମା ବିବାଦକୁ କେନ୍ଦ୍ର କରି ସଂଘଟିତ ଏକ ହତ୍ୟାକାଣ୍ଡରେ ଜଡ଼ିତ ଦୁଇଭାଇଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମର ଗରୁଡ଼ ବେହେରାଙ୍କ ଦୁଇ ପୁଅ ଶଶିକାନ୍ତ ଓ ରମେଶ। ଏମାନଙ୍କୁ ଗତକାଲି ସୋର ଥାନା ପୁଲିସ୍ ଗିରଫ କରିଛି।

ସୂଚନାଯୋଗ୍ୟ, ଗତକାଲି ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗ୍ରାମର ଈଶ୍ବର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ପ୍ରତିପକ୍ଷ ଗରୁଡ଼ ବେହେରାଙ୍କ ଦୁଇ ପୁଅ ଶଶୀକାନ୍ତ ଓ ରମେଶ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। କାର୍ତ୍ତିକ ବଡ଼ବାପାଙ୍କର ପୁଅ ହୋଇଥିବା ବେଳେ ଶଶୀକାନ୍ତ ଓ ରମେଶ ତାଙ୍କର ସାନବାପାଙ୍କ ପୁଅ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପପୁଅଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ କାର୍ତ୍ତିକ ବେହେରାଙ୍କର ମୃତ୍ୟୁ ଘଟିଥିଲା। ଈଶ୍ବର ବେହେରା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।


ମିଳିଥିବା ସୂଚନା ଅନୁସାରେ, ନିଶ୍ଚିନ୍ତପୁର ଗ୍ରାମର ଈଶ୍ବର ବେହେରାଙ୍କ ସହ ତାଙ୍କ ପଡ଼ୋଶୀଙ୍କର ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ସକାଳ ପ୍ରାୟ ୯ଟା ବେଳେ ଈଶ୍ବର ଓ ତାଙ୍କ ପୁଅ ହିଡ଼ କାମ କରୁଥିବା ବେଳେ ଶଶୀକାନ୍ତ ଓ ରମେଶ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ଈଶ୍ବର ଓ ତାଙ୍କ ପୁଅକୁ ସେଦୁହେଁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ।

ସମ୍ବନ୍ଧିତ ଖବର