ବ୍ୟବସାୟରେ ପାର୍ଟନର କରିବାକୁ କହି ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣା: ୨ ଜଣଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ପ୍ରଧାନପଡ଼ାର କୋଦଣ୍ଡ ପ୍ରଧାନଙ୍କୁ ନିଜ ବ୍ୟବସାୟରେ ପାର୍ଟନର୍‌ କରିବାକୁ କହି ଖଗେଶ୍ବର ସାହୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ। ଏ ନେଇ କୋଦଣ୍ଡ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲାା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଖଗେଶ୍ବର ମାଇନ୍ସର ମାଲିକ ଖଗେଶ୍ବର ସାହୁ ଓ ବିନୋଦ ମିଶ୍ରକୁ ପୁଲିସ ଗିରଫ କରିଛି।

ସୂଚନା ଯୋଗ୍ୟ, ବୁର୍ଲା କଟାପାଲିର ଖଗେଶ୍ବର ତାଙ୍କ ଖଗେଶ୍ବର ମାଇନ୍ସରେ ପାର୍ଟନର କରିବାକୁ କୋଦନ୍ତଙ୍କୁ କହିଥିଲା। ସେଥିପାଇଁ କୋଦନ୍ତଙ୍କୁ ୧୨ ଲକ୍ଷ ଟଙ୍କା ମାଗିଥିଲା। ୪ ବର୍ଷ ତଳେ କୋଦନ୍ତ ୧୨ ଲକ୍ଷ ଟଙ୍କା ଖଗେଶ୍ବରଙ୍କ ଆକାଉଣ୍ଟକୁ ପଠାଇଥିଲେ। କିନ୍ତୁ ତାପରେ ଖଗେଶ୍ବର ବ୍ୟବସାୟରେ କୋଦନ୍ତଙ୍କୁ ପାର୍ଟନର୍‌ ତ କରିଲା ନାହିଁ, ସେ ଟଙ୍କା ବି ଫେରାଇଲା ନାହିଁ। ନିରାଶ ହେବାପରେ କୋଦନ୍ତ ଶେଷରେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର