ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଗାଲେରୀ ଫାଣ୍ଡି ଇଲାକାରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ପୁଲିସ ଆଜି ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଯୁବତୀଙ୍କ ଏତଲା କ୍ରମେ ତାରସିଂ ଥାନାରେ ମାମଲା ରୁଜୁ ପରେ ଗାଲେରି ଫାଣ୍ଡି ଇଲାକାର ସାଗର ସାହୁ (୧୯) ଏବଂ ରଞ୍ଜିତ୍ ସାହୁ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ଯୁବତୀ ଜଣକ ନିଜ ସଂର୍ପକୀୟଙ୍କ ଘରକୁ ବୁଲିବାକୁ ଆସିଥବା ବେଳେ ସାଗର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂର୍ପକ ରଖିଥିଲା। ରଞ୍ଜିତ୍ ଉଭୟଙ୍କ ଅଶ୍ଳୀଳ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲା। ଯୁବତୀ ଜଣକ ଏନେଇ ତାରସିଂ ଥାନାରେ ଏତଲା ଦେଇଥିଲେ। ଯୁବତୀଙ୍କ ବୟାନ ରେକର୍ଡ଼ ପରେ ବ୍ରହ୍ମପୁର ସ୍ବଧାର ଗୃହକୁ ପଠାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ଦଳିତ ଯୁବତୀଙ୍କୁ ଦୁଷ୍କର୍ମ, ଫଟୋ ଭାଇରାଲ୍: ୨ ଗିରଫ
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)