ଭାଲୁମୁଣ୍ତା : ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ତା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ନକଲି ସୁନା ଦେଇ ଟଙ୍କା ଠକି ନେବାର ଉଦ୍ୟମ କରୁଥିବା ଦୁଇ ଜଣ ଯୁବକଙ୍କୁ ଲୋକେ ଅଟକ ରଖି ବଙ୍ଗୋମୁଣ୍ତା ପୁଲିସ ଜିମାରେ ଦେଇଛନ୍ତି। ଠକ ଦ୍ବୟ ହେଲେ ତୁରେକେଲା ଥାନା ଝରନୀ ଗାଁର ମନୋରଞ୍ଜନ ତାଣ୍ତି (୧୯ବର୍ଷ) ଓ ମନୋଜ ତାଣ୍ତି (୨୧ବର୍ଷ)। ପୁଲିସ ପହଞ୍ଚି ରାତି ୮ଟାରେ ଦୁଇ ଠକଙ୍କୁ ଆଣି ଥାନାରେ ଅଟକ ରଖିଛି। ସେମାନେ ବ୍ୟବହାର କରିଥିବା ବାଇକ୍ (ଓଡି ୨୬ ବି ୯୬୮୮)କୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସପ୍ତାହେ ତଳେ ଉକ୍ତ ଦୁଇ ଯୁବକ ଭାଲୁମୁଣ୍ତା ଗ୍ରାମର କପଡ଼ା ବ୍ୟବସାୟୀ ପର୍ଶୁରାମ ମେହେରଙ୍କ ଘରକୁ ଯାଇ ଅଢ଼େଇ ଭରିର ନକଲି ସୁନା କାନଫୁଲ ବନ୍ଧକ ଦେଇ ୬୦ ହଜାର ଟଙ୍କା ନେଇଥିଲେ। ମଙ୍ଗଳବାର ପୁଣିଥରେ ସମାନ ଢଙ୍ଗରେ ୪୦ ହଜାର ଟଙ୍କା ମାଗିଥିଲେ। ସମାନ କାନଫୁଲ ହୋଇଥିବାରୁ ଏମାନଙ୍କ ପ୍ରତି ସନ୍ଦେହ ହୋଇଥିଲା। ସୁନାରିଠାରେ ପରୀକ୍ଷା କରାଇବା ପରେ ତାହା ନକଲି ସୁନା ବୋଲି ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/balangir-8.jpg)