ମାରଣାସ୍ତ୍ର ଦେଖାଇ ସ୍କୁଟି ଲୁଟ୍, ୨ ଗିରଫ

ରାମଚନ୍ଦ୍ରପୁର : ୨୦ ନମ୍ବର ଜାତୀୟ ରାଜପଥ ହସନପୁର ଟୋଲ୍‌ପ୍ଲାଜା ନିକଟରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାବେଳେ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ସ୍କୁଟି (ଓଡି-୦୯-ଟି-୦୫୭୬ ) ଓ ୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ରାମଚନ୍ଦ୍ରପୁର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଇଁକୁଳ ଗ୍ରାମର ଜିତେନ୍ଦ୍ର ରଣା (୨୪) ଓ ସୁଶାନ୍ତ କୁମାର ବାରିକ।

ପ୍ରାପ୍ତ ସୂଚନା ଅନୁସାରେ, ଆନନ୍ଦପୁର ଥାନା ଖଡ଼ିପାଳ ଗ୍ରାମର ଅରୁଣ କୁମାର ନାୟକ ଗତକାଲି ରାତିରେ ଯାଜପୁର ରୋଡ୍‌ରୁ ଘରକୁ ଫେରୁଥିଲେ। ହସନପୁର ଟୋଲ୍‌ପ୍ଲାଜା ନିକଟରେ ଜିତେନ୍ଦ୍ର ଓ ସୁଶାନ୍ତ ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ସ୍କୁଟି ଏବଂ ୫ ହଜାର ଟଙ୍କା ଛଡ଼ାଇ ଦେଇଥିଲେ। ଏନେଇ ଅରୁଣ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନମ୍ବର ୬୭/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର