ସେଲ ଗେଷ୍ଟହାଉସ ଚୋରି ମାମଲା: ଦୁଇ ଗିରଫ, ୩.୧୭  ଲକ୍ଷ ଜବତ

ରାଉରକେଲା : ଲହୁଣୀପଡା ଥାନା ଅଧିନସ୍ଥ ଟେନସା ଫାଣ୍ତି ଅନ୍ତର୍ଗତ ଟେନସା ସେଲ ଗେଷ୍ଟହାଉସର ତାଲା ଖୋଲି ୩ଲକ୍ଷ ୧୭ ହଜାର ଟଙ୍କା ଚୋରି ଘଟଣାରେ ପୁଲିସ ଦୁଇ ଜଣକୁ ଗିରଫ କରିଛି l ଚୋରି ତିନି ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି l ଗତ ୧୫ତାରିଖରେ ଗେଷ୍ଟ ହାଉସର ରୁମ ନଂ ୮ରୁ ଏକ ଭର୍ତ୍ତି ବ୍ୟାଗ ସହ ଅନ୍ୟ ଏକ ବ୍ୟାଗରେ ମୋବାଇଲ ଏଟିଏମ୍ କାର୍ଡ ଥିବା ବ୍ୟାଗ ଚୋରି ହୋଇଥିଲା। ଏ ସଂକ୍ରାନ୍ତରେ ଲହୁଣୀପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା l ଟେନସା ଫାଣ୍ତି ଅଧିକାରୀ ଅଶୋକ ବେହେରାଙ୍କୁ ତଦନ୍ତ ଭାର ମିଳିଥିଲା l  ଗେଷ୍ଟହାଉସରେ ସାଥିରେ ରହୁଥିବା ଦୀପକ କୁମାର ଗୈଡ (୪୦) ଓ ତାର ଅପରାଧିକ ସହଯୋଗୀ ହୋଲି କୁଜୁରୁ (୪୧)କୁ ଡକାଇ ଟଙ୍କା ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସେ ଦିନ ଅପରାହ୍ନ ୨ ରୁ୩ ଟା ମଧ୍ୟରେ ଚୋରି କରି ନେଇଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଥିଲା। ଦୁଇ ଅଭିଯୁକ୍ତ ଦିପକ ଗୈାଡ ଓ ହୋଲି କୁଜୁରୁକୁ ପୁଲିସ ଗିରଫ କରିଛି l ଦୁଇ ଜଣକ ନାଁରେ ପୂର୍ବରୁ ଅନେକ ଅପରାଧିକ ଓ ଚୋରି ମାମଲା ସଂପୃକ୍ତ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର