୩ କୋଟି ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ

ଭୁବନେଶ୍ବର : ୩କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ଜିଲ୍ଲା ନିଆଳି ଥାନା ଅଧୀନ ବନମାଳିପୁରର ସୁରେଶ ଚନ୍ଦ୍ର ସାହୁ ଓ ସୁବାସ ଚନ୍ଦ୍ର ମହାନ୍ତି। ଆଜି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୁହେଁ ଆକାଶଦୀପ ଚିଟ୍‌ଫଣ୍ଡ ସଂସ୍ଥାର କର୍ମକର୍ତା ଥିଲେ। ଏହି ସଂସ୍ଥା ପୂର୍ବରୁ ଜମାକାରୀମାନଙ୍କୁ ଅଧିକ ସୁଧ ଦେବା ଲୋଭ ଦେଖାଇ ପାଖାପାଖି ୩ କୋଟି ଟଙ୍କା ଠକି ନେଇଥିଲା। ଏ ନେଇ ଦେବେନ୍ଦ୍ର କୁମାର ନାୟକ ନାମକ ଜଣେ ଜମାକାରୀ ଅଭିଯୋଗ କରିବାରୁ କ୍ରାଇମ୍‌ ବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ପୂର୍ବରୁ ମଧ୍ୟ କେତେକ ଅଭିଯୁକ୍ତଙ୍କୁ କ୍ରାଇମ୍‌ ବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧିତ ଖବର