ଛେଳି ଚୋରି କରି ୨ ଗିରଫ

ଆନନ୍ଦପୁର  : ଆନନ୍ଦପୁର ଥାନା ବଞ୍ଚୋ ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଘସିପୁରା ଥାନା ପଞ୍ଚୁପଲ୍ଲୀ ଗ୍ରାମର ଆଶିଷ କୁମାର ଜେନା (୨୫), ଅଜିତ କୁମାର ଜେନା (୩୬)। ଉଭୟ ଗତକାଲି ବଞ୍ଚୋ ଗ୍ରାମର ଆନନ୍ଦ ଜେନାଙ୍କ ଦୁଇଟି ଛେଳି ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ଉଭୟଙ୍କୁ ଗିରଫ କରିବା ସହ ଗୋଟିଏ ଛେଳି ଜବତ କରିଛନ୍ତି। ଏନେଇ କେସ୍‌ ନମ୍ବର ୨୯୩/୨୨ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର