ପୁରୀ : ମହିଳାଙ୍କୁ ଗଣଦୁଷ୍କର୍ମ, ଦୁଇ ଗିରଫ

ପୁରୀ : ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁରୀ କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ପୀଡ଼ିତାଙ୍କୁ ପୁଲିସ ଦତ୍ତତୋଟାସ୍ଥିତ ବିଜୟା ସ୍ବଧାରରେ ରଖାଇଥିବା ଜଣାପଡ଼ିଛି। ଆସନ୍ତାକାଲି ଉଭୟଙ୍କର ଡାକ୍ତରୀ ମାଇନା କରାଯିବା ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଖଲିକୋଟର ଜଣେ ୨୫ ବର୍ଷୀୟା ମହିଳା ଗତ ୧୦ ତାରିଖ ଦିନ ପୁରୀଆସିଥିଲେ। ସେ ପୁରୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ତାଙ୍କ ସହିତ ଅଠରନଳାରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କୁନିଆ ସାମନ୍ତରାପୁର ଗ୍ରାମର ଅନିଲ ଓରଫ ହୃଦାନନ୍ଦ ହରିଚନ୍ଦନ(୩୫) ଓ ବଡ଼ମ୍ବା ଥାନା ଅନ୍ତର୍ଗତ ଯୋଡ଼ମ୍ବ ଗ୍ରାମର ଗାନ୍ଧୀ ଦଳେଇ(୫୦)ଙ୍କର ପରିଚୟ ହୋଇଥିଲା। ମହିଳାଜଣକ ଏକାକୀ ଆସିଥିବାରୁ ତାଙ୍କୁ କୌଣସି ସ୍ଥାନରେ ରଖାଇ ଦେବାକୁ କହି ସେମାନେ କୌଶଳକ୍ରମେ ବସ୍‌ଷ୍ଟାଣ୍ଡରୁ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗନ୍ତ ଗଳିରେ ଥିବା ମଲିକା ଭବନରେ ରଖାଇଥିଲେ। ଏଠାରେ ଅନୀଲ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ତାକୁ ଗାନ୍ଧୀ ସହଯୋଗ କରିଥିଲା।

ସମ୍ବନ୍ଧିତ ଖବର